ଏମସ ଡାକ୍ତରଖାନା ଖ୍ୟାତିରେ କଳଙ୍କ

ଭୁବନେଶ୍ୱର: ନକଲି କାଗଜପତ୍ର ବଳରେ କିଛି ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛି ଏମସ । ଏଭଳି ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି ।

ଏମ୍ସ ବିରୋଧରେ ଅଭିଯୋଗ ଦାଖଲ ହେବାପରେ ସିବିଆଇର ୯ ଜଣିଆ ଟିମ୍ ଆରମ୍ଭ କରିଥିଲେ ତଦନ୍ତ ।
ଗୋଟିଏ ପରିବାରର ୪ ଜଣଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିଲେ । ୫ ଜଣଙ୍କ ସହ ଜାଲିଆତି ହେବାର ଅଭିଯୋଗରେ ସିବିଆଇ ଟିମ୍ ଚଢଉ ଆରମ୍ଭ କରିଛି । ଚଢ଼ଉ ସମୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ତାଙ୍କ ହାତକୁ ଆସିଥିଲା ।