କୋଟିଆରେ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡଯନ୍ତ୍ର

କୋଟିଆ : ବର୍ଷ ବର୍ଷ ଧରି ଦୁଇ ରାଜ୍ୟ ମଧ୍ୟରେ କୋଟିଆକୁ ନେଇ ବିବାଦ ଲାଗି ରହିଛି ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ରହିଛି । ଏବେ କୋଟିଆରେ ଓଡ଼ିଶା ସରକାରଙ୍କ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବା ପାଇଁ ବଡ଼ ଷଡଯନ୍ତ୍ର କରୁଛି ଆନ୍ଧ୍ର । ଆଗକୁ କୋଟିଆରେ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଏବେ ଠାରୁ ଲୋକମାନଙ୍କୁ ଭୋଟ୍ ବର୍ଜନ କରିବା ପାଇଁ ଉସୁକାଇ ଚାଲିଛନ୍ତି ଆନ୍ଧ୍ର ଅଧିକାର ଏନେଇ ଲୋକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କୋଟିଆ ଓ ଆଖ ପାଖ ଅଞ୍ଚଳରେ ଏବେ ଜମି ପଟ୍ଟା ବଣ୍ଟନ କରୁଛନ୍ତି ଆନ୍ଧ୍ର ଅଧିକାରୀ ।

କୋଟିଆରେ ୫୦୦ରୁ ଉର୍ଦ୍ଧ୍ୱ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ରଖିଛି ଲକ୍ଷ୍ୟ । ୫୦୦ରୁ ଉର୍ଦ୍ଧ୍ୱ ଜମି ଚିହ୍ନଟ ହିତାଧୀକାରୀଙ୍କ ଜମାଖାତାକୁ ଟଙ୍କା ଜମା କରିବା ପାଇଁ ଆନ୍ଧ୍ର ବ୍ୟାଙ୍କର ତାଲିକା ଚିତ୍ର ଦେଖିବାକୁ ମିଳିଛି ।