ହାତୀଦାନ୍ତ ଜବତ, ଦୁଇଜଣ ଗିରଫ

ହାତୀଦାନ୍ତ ଜବତ, ଦୁଇଜଣ ଗିରଫ

ହାତୀଦାନ୍ତ ଘରେ ରଖିଥିବା କାରଣରୁ ଅନୁଗୁଳ ଜିଲ୍ଲାର ଆଠମଲିକ ଥାନା ଅଂଚଳରୁ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ ।

ଗିରଫ ଦୁଇ ଅଭିଯୁକ୍ତଙ୍କ ଭିତରୁ ଜଣେ ଯଦୁପୁର ନିବାସୀ ଚନ୍ଦନ ମହାପାତ୍ର ଓ ଅନ୍ୟ ଜଣେ ଜିରାତ ନିବାସୀ ଶରତ ଖେତୀ ।

ସେମାନଙ୍କ ନିକଟରୁ ଜବତ ହାତୀଦାନ୍ତ ଦୁଇଟିର ଓଜନ ପ୍ରାୟ ୪ କିଲୋ ୭୯୫ ଗ୍ରାମ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଆଠମଲିକ ଥାନା ଅଧିନ ଯଦୁପୁର ଗ୍ରାମରେ ଚଢ଼ଉ କରିଥିଲା ।

ହାତୀଦାନ୍ତ ରଖିବା ସଂପର୍କୀତ ପ୍ରଶାସନିକ ଅନୁମତି ପତ୍ର ଦେଖାଇ ନପାରିବାରୁ ବନ ବିଭାଗ ଟିମ୍ ଉଭୟ ଶରତ ଓ ଚନ୍ଦନଙ୍କୁ ଗିରଫ କରିଥିଲା ।