ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଉ ଏକ ଝଟ୍‌କା: ସୁଜିତ୍‌ ଦଳେଇଙ୍କୁ ଜାଣିଆଣ ମନ୍ତବ୍ୟ ଦେବା ପଡିଲା ମହଙ୍ଗା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଉ ଏକ ଝଟ୍‌କା । ସୁଜିତ୍‌ ଦଳେଇଙ୍କୁ ଜାତିଆଣ….

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଉ ଏକ ଝଟ୍‌କା । ସୁଜିତ୍‌ ଦଳେଇଙ୍କୁ ଜାତିଆଣ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ଅଭିନେତା ଅନୁଭବଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସର ନୋଟିସ୍‌ ପରେ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି । ସେହିପରି ପୂର୍ବରୁ ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସମନ । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିବା ଚର୍ଚ୍ଚା । ୨୦୧୯  ଜୁଲାଇ ୯  ତାରିଖର ଏହି ମାମଲାରେ ହୋଇଥିଲା ।

୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ବର୍ଷାଙ୍କ ଅଡୁଆ ବଢିଛି । ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା।  ପୁରୀ ଘାଟ ଥାନା ପୋଲିସ ସହଯୋଗ କରିନଥିଲା । ପରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିବା ଜଣାପଡିଛି । ଆଉ ଏବେ ବର୍ଷାଙ୍କୁ ଲାଗିଛି ଆଉ ଏକ ଝଟ୍‌କା । ଦିଲ୍ଲୀ ପୋଲିସର ସମନ୍‌ ପରେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।