ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟାରେ ରୋକ୍ ଲାଗିପାରୁନି । ଶିଶୁମାନଙ୍କ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାରେ ଆଜି ଜଣେ ୮ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଟ୍ୱିଟର ତଥ୍ୟରୁ ଏହି ସୂଚନା ମିଳିଛି ।ତେବେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣଙ୍କ ମୃତ୍ୟୁ ଘଟିଛି ।