ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ପୁଣି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ନୂଆ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ନୂଆ ଫିଲ୍ମ ପାଇଁ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଅନୁଭବ ଏକ ଟ୍ୱିଟ୍ କରିଛନ୍ତି। ଅନୁଭବ ଲେଖିଛନ୍ତି, ‘ତୁମ ନୂଆ ଚଳଚିତ୍ର ଶୁଟିଂ ବିଷୟରେ ଜାଣିବାକୁ ପାଇଲି। ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ। ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ।ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ତାଙ୍କର ଆଗାମୀ ଫିଲ୍ମର ମହୂରତ ନେଇ ଟ୍ୱିଟ୍ କରି ଜଣାଇଥିଲେ।