ଏପ୍ରିଲ୍ ୩୦ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ
ଦିନକ ପାଇଁ ବଦଳିଲା ଭୁବନେଶ୍ୱର ଟ୍ରାଫିକ୍ ଗତିପଥ
ଗୁରୁବାର (୩୦ ଏପ୍ରିଲ୍ ୨୦୨୬)ରେ ସଂସଦରେ ମହିଳା …
ଭୁବନେଶ୍ୱର: ଗୁରୁବାର (୩୦ ଏପ୍ରିଲ୍ ୨୦୨୬)ରେ ସଂସଦରେ ମହିଳା ସଂରକ୍ଷଣ ଓ ନାରୀ ଶକ୍ତି ବନ୍ଦନା ଅଧିନିୟମ ସମ୍ପର୍କରେ ବିଧାନସଭାରେ ଆଲୋଚନା ନିମନ୍ତେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରରେ ସାମୟିକ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି। ଭୁବନେଶ୍ୱର-କଟକ ପୁଲିସ କମିସନରେଟ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଧାନସଭା ସଂଲଗ୍ନ ରାସ୍ତାଗୁଡିକରେ ଓଡିଶା ସହରାଂଚଳ ଆଇନ ୨୦୦୩ରୁ ଧାରା ୨୮ (ଓଡିଶା ଆଇନ ୨୦୦୭ର ଧାରା ୮) ଓ ପୁଲିସ କମିସନରେଟ୍ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେସନ୍ ୨୦୦୮ର ଧାରା ୩୭ ଅନୁସାରେ କଟକଣା ଜାରି କରାଯାଇଛି।
ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହାନଗୁଡିକ କେଶରୀ ଟକିଜ୍ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଏଜି ଛକ ପଟୁ ପିଏମ୍ଜି ଛକ ଆଡକୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
ମାଷ୍ଟର କ୍ୟାଂଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡିକ ଲୋଏର୍ ପିଏମ୍ଜି ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ।
୧୨୦ ବାଟାଲିଅନ୍ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନଗୁଡିକ ପାୱାର ହାଉସ୍ ଛକ ଦେଇ ଯିବେ।
ଲୋକଭବନ ଛକପଟୁ ଏମ୍ଏଲ୍ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡିକ ଶାସ୍ତ୍ରୀନଗର ଛକ ଦେଇ ଯିବେ। ତେବେ ଏହି କଟକଣା ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଆଦି ଜରୁରୀକାଳୀନ ଯାନ ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହାନ ନିମନ୍ତେ ଲାଗୁହେବ ନାହିଁ।