ପାଟଣା: ଏକ ଅଟୋରୁ ୫୦ କେଜି ଚନ୍ଦନ କାଠ ଜବତ କରିବା ସହ ଅଟୋକୁ ଜବତ କରି ଅଟୋ ଡ୍ରାଇଭରକୁ ଅଟକ ରଖିଛି । ସୂଚନା ଅନୁସାରେ, ଏକ ଅଟୋ ଚନ୍ଦନ କାଠ ନେଇ ସାହାରପଡା ଆଡ଼କୁ ଆସୁଥିବା ସମୟରେ କୌଣସି ସୂତ୍ରରୁ ବନବିଭାଗ ଖବର ପାଇ ଚଢ଼ାଉ କରି ଜବତ କରିଛି । ଏହି ଚଢ଼ାଉରେ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ସାହାରପଡା ବନପାଳ ମୋହିନୀ ମହାନ୍ତ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ ।