ପୁରୀ(ଏସ୍ ନ୍ୟୁଜ): ପୁରୀ ବାସେଳୀସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ୱର ସିଂ । ସେ କହିଛନ୍ତି ଯେ, ‘ପୋଲିସ ସହ ଧସ୍ତାଧସ୍ତିରେ ଅଭିଯୁକ୍ତ ଆହତ ହୋଇଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ଗାଇଡଲାଇନ୍ ଅନୁସାରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ଉଚ୍ଚସ୍ତରୀୟ ତଦନ୍ତ ଅଧିକାରୀଙ୍କ ଦ୍ୱାରା ଅଭିଯୋଗର ତଦନ୍ତ ହେବ। ଏକ ସ୍ୱତନ୍ତ୍ର ଟିମ୍ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିବେ ।’
ଏଠାରେ ସୂଚନାଥାଉକି, ପୁରୀ ବାସେଲିସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଲୋକନାଥ ରୋଡର ଅଭିଯୁକ୍ତ କେ ରମେଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଥାନାକୁ ଆଣି ରମେଶଙ୍କୁ ପଚରାଉଚରା କରୁଥିଲା ପୋଲିସ । ପୋଲିସ ମାଡ ପରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡିକାଲ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।