ଭୁବନେଶ୍ୱର,(ଏସ୍ ନ୍ୟୁଜ): କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ତାଙ୍କର ଓଡିଶାରେ ଛଅ ଦିନ ରହିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱରରେ ପହଞ୍ଚିଲା ପରେ ପ୍ରଥମେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ତାପରେ ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବେ । ପୁରୀରୁ ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ସେପ୍ଟେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳକୁ ଯାଇ ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦିଙ୍କ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଦ୍ବିତୀୟ ପାଳିରେ ବିଶ୍ୱେଶ୍ୱର ଟୁଡୁ ସ୍ଥାନ ପାଇଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ।