ଭୁବନେଶ୍ୱର: ପାର୍ବଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ଏହି ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା। ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ତେବେ ଗତ ୭-୮ ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଏବେ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗ ଜନକ ନୁହେଁ। କିନ୍ତୁ ଆଗକୁ ଅପେକ୍ଷା କରିବାକୁ ପଡିବ। ଯେଉଁ ସମୟରେ ଭିଡ଼ ଥିଲା ସେହି ସମୟ ଆସିନି।ତୃତୀୟ ଲହର ନେଇ ଏଂଡେମିକ ଭାଇରୋଲୋଜିଷ୍ଟ କହିଛନ୍ତି ଏବେ ଆମେ ଏଂଡେମୀକ ସ୍ତରରେ ଅଛୁ। ଏବେ ବି କୋଭିଡ ଅଛି। ପରିସ୍ଥିତି ଦେଖି ସଂକ୍ରମଣ କମୁଛି ଆଉ ବଢୁଛି। ମହାରାଷ୍ଟ୍ରରେ ଯେଉଁ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ତାହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ। ସେହି ଭ୍ୟାରିଆଣ୍ଟର କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି କି ଅନ୍ୟ କେହି ସଂକ୍ରମିତ ବାହାରି ନାହାନ୍ତି। ଏ ବାବଦରେ କେନ୍ଦ୍ର ସରକାର କିମ୍ବା ଆଇଏଲଏସ କିଛି ଅବଗତ କରାଇନାହାନ୍ତି। ଏତେ ଆତଙ୍କିତ ହେବାର କିଛି କାରଣ ନାହିଁ