ବିଶ୍ଵର କଲ୍ୟାଣ ପାଇଁ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପିତ 

ଗଣିଆ – ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଉତ୍ସବମୁଖର ହୋଇପଡିଥିଲା ଏହି ଗ୍ରାମ । ଗ୍ରାମର ଆବାଳବୃଦ୍ଧବନିତାଙ୍କ ସହଯୋଗରେ ଉଦଯାପିତ ହୋଇଯାଇଛି  ଅଷ୍ଟପ୍ରହରୀ ନାମ ଯଜ୍ଞ। ରବିବାର ଅଧିବାସ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଏକତ୍ରିତ ହୋଇ ସ୍ଥାନୀୟ ଜଳାଶୟରୁ ଜଳ ସଂଗ୍ରହ କରି ବିଶାଳ ଶୋଭାଯାତ୍ରାରେ ଯଜ୍ଞ ମଞ୍ଚରେ ପହଞ୍ଚି ଥିଲେ ।

ସୋମବାର ଠାରୁ ଅଷ୍ଟପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିବା ବେଳେ । ଦୁଇ ହଜାରେ ଭକ୍ତ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ନଗର କୀର୍ତ୍ତନ  ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଛି । ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭୁ କୃପା ଲାଭ କରିଥିଲେ ।