ଚଳିତ ନଭେମ୍ବର ୨୪ରୁ ବିଧାନସଭା ଅଧିବେଶନ

ଏଣୁ ଅବଶିଷ୍ଟ ୩୩ ଦିନ ପାଇଁ ଏହି ଅଧିବେଶନ ବସିିବା ନିମନ୍ତେ ସ୍ଥିର କରାଯାଇଛି….

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ଚଳିତ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇ ବିଧାନସଭା ଅଧିବେଶନ ନିମନ୍ତେ ମାର୍ଗଦର୍ଶିକା ଏବଂ ଏ ସଂକ୍ରାନ୍ତୀୟ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି।

ପ୍ରତି କ୍ୟାଲେଣ୍ଡର ବର୍ଷରେ ୬୦ ଦିନ ବିଧାନସଭାର ବୈଠକ ବସିବାର ନିୟମ ରହିଛି। ବର୍ତ୍ତମାନ ସୁଦ୍ଧା ୨୦୨୨ ବର୍ଷରେ ୨୭ ଦିନ ବିଧାନସଭାର ବୈଠକ ବସିସାରିଛି। ଏଣୁ ଅବଶିଷ୍ଟ ୩୩ ଦିନ ପାଇଁ ଏହି ଅଧିବେଶନ ବସିିବା ନିମନ୍ତେ ସ୍ଥିର କରାଯାଇଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି।