ଭୁବନେଶ୍ୱର (ଏସ୍ ନ୍ୟୁଜ) : ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଆସନ୍ତା ୨୦ରୁ କରୋନା କଟକଣାକୁ ଆଖି ଆଗରେ ରଖି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ସହ ପୂର୍ବରୁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।
ଏନେଇ ବାଚସ୍ପତି କହିଛନ୍ତି, ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ୧୭, ୧୮, ୧୯ ତାରିଖରେ ସଦସ୍ୟ ଓ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ କରାଯିବ। ଏହାପରେ ବିଧାୟକଙ୍କ ସହାୟକ ଓ ବିଧାନସଭା କର୍ମଚାରୀଙ୍କ ଟେଷ୍ଟ ହେବ। ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ। ବିଧାନସଭା ଚାଲିଥିବା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ଟେଷ୍ଟ ହେବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯିବ। ଏଥର ମଧ୍ୟ ସଦସ୍ୟ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ।