ଅଡୁଆରେ ଚମ୍ପିଆ ଏଡିଇଓ ଏସ୍. ପାର୍ଥସାରଥୀ

କୋରାପୁଟ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଏକ ସମୟରେ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି। ଏହି ବାବଦରେ ଅଧିକ ତଥ୍ୟକୁ ଅପେକ୍ଷା ରହିଛି ।

କୋରାପୁଟ ଜିଲ୍ଲା ଚମ୍ପିଆ ଗ୍ରାମରେ ଥିବା ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ପୈତୃକ ଘର, ତାଙ୍କ ଦ୍ବାରା ନିର୍ମିତ ଘର, ତାଙ୍କ ଭାଇଙ୍କ ଘର, ତାଙ୍କ ସମ୍ପର୍କୀୟଙ୍କ ଘର, ତାଙ୍କର କାଜୁ ପ୍ରୋସେସିଂ ୟୁନିଟ୍ ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ଅଫ୍ ବୋରିଗୁମାରେ ଅବସ୍ଥିତ ଶ୍ରୀ ବିଶୋୟୀଙ୍କ ତିନି ମହଲା କୋଠା ଓ କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ପଂଚାୟତରେ ଅବସ୍ଥିତ ତାଙ୍କର କାର୍ଯ୍ୟାଳୟ ଆଦିରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି।