ଆଠଗଡ, (ଏସ୍ ନ୍ୟୁଜ): ବାଙ୍କୀ ଥାନା ଅନ୍ତର୍ଗତ ଫୁଲୁବାଡି ଗଡା କଡରେ ରକ୍ତାତ ଅବସ୍ଥାରେ ପଡ଼ିଥିବା ଯୁବକକୁ ସ୍ଥାନୀୟ ଯୁବକମାନେ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମୁତ ଘୋଷଣା କାରିଥିଲେ । ମୁତ ଯୁବକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ପ୍ରଦୀପ ମଝିଙ୍କ ପୁଅ ଦୀପକ ମାଝୀ (୨୫) । ସେ ବିବାହିତ ହୋଇ ମଧ୍ୟ୍ୟ ଫେସବୁକରେ ପ୍ରେମ କରି ବାଙ୍କୀ ଅଂଚଳର ଏକ ଝିଅକୁ ବିଭାହ କରି ୩/୪ ମାସ ହେବ ରହିଥିଲେ । ଗତକାଲି ଶଶୁର ଘର ବୁଲିବାକୁ ଆସିଥିଲେ ପରେ ଆଠଗଡରେ ଏକ ସାଙ୍ଗ ଘରକୁ ଆସି ସଂଧ୍ୟରେ ଫେରୁଥିବା ବାଟରେ ଫୁଲୁଗାଡି ଗଡା ନିକଟରେ ଦୃର୍ଘଟଣା ଘଟି ପଡିଥିଲେ ତାହା ସନ୍ଦେହ ଘେରରେ ଥିବା ବେଳେ ପରିବାର ତରଫରୁ ଥାନାରେ କୌଣସି ଏତଲା ଦିଆଯାଇନଥିଲା । ଫଳରେ ଆଠଗଡ ପୋଲିସ ଏକ ଅପମୁର୍ତ୍ତୃ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଆଠଗଡ ଥାନା ଅଧିକାରୀ ସୃଭ୍ରାଂଶୁ ଶେଖର ପରିଡା ପ୍ରକାଶ କରିଛନ୍ତି । କେଶ ନମ୍ବର ୨୦/୨୦୨୧ ରୁଜୁ କରି ତଦନ୍ତ ଚରୁଛି ପୋଲିସ ।