ଆଠଗଡ, (ଏସ୍ ନ୍ୟୁଜ): କୋଭିଡ-୧୯ର ତୃତୀୟ ଲହରକୁ ଆଖି ଆଗରେ ରଖି ଦୀର୍ଘ ୧୬ ମାସର ବ୍ୟବଧାନ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ପରେ ଆଠଗଡ ନିର୍ବାଚନ ମଣ୍ଡଳୀର ୨୫ଗୋଟି ବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟକୁ ସାନିଟାଇଜ କରାଯାଇଅଛି । ଯୁବ ନେତା ଶ୍ରୀ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ସହାୟତାରେ ଆଠଗଡ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ନେନ୍ତୃତ୍ୱରେ ସାନିଟାଇଜ କାର୍ଯକ୍ରମ ଜାରି ରହିଛି । ଆଗାମୀ ଦିନରେ ଅନ୍ୟ ସମସ୍ତ ସ୍କୁଲ ଓ ମହାବିଦ୍ୟାଳୟ ସମ୍ପୂର୍ଣ ରୂପେ ସାନିଟାଇଜ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଆଠଗଡ ବିଜୁ ଯୁବଛାତ୍ରମାନଙ୍କୁ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଠଗଡର ସମସ୍ତ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ବେଳେ ବ୍ଲକଗ୍ରାଣ୍ଡ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସାନିଟାଇଜର କରାଯିବା ଆବଶ୍ୟକ ।