ବନ୍ଧୁ ହୋଇ ବନ୍ଧୁଙ୍କ ଗାଡି ଓ ମୋବାଇ ଲୁଟ କରି ଫେରାର ଅଭିଯୁକ୍ତକୁ ଗିରଫ

ଆଠଗଡ, (ଏସ୍‌ ନ୍ୟୁଜ୍‌) : ଆଠଗଡ ଅଂଚଳରେ ବାରମ୍ବାର ସାମାଜିକ ଗଣମାଧ୍ୟମରେ ଏହିଭଳି ଚାଟିଙ୍କ କରି ବନ୍ଧୁ ହୋଇ ଭାବର ଆଦାନ ପ୍ରଦାନ ହୋଇ ଘରକୁ ଯିବାଆସିବା କରିଥାନ୍ତୁ ପରେ ସମୟ ସୁଯୋଗ ନେଇ ବନ୍ଧୁଙ୍କ ଘରେ ଆସି ରହି ବିଶ୍ୱାସ ଜମାଇଥାନ୍ତି । ପରେ ବନ୍ଧୁ ନିଜର ଉଦେଶ୍ୟ ପୂରଣ କରି ଯାହା ଲୁଟ କରିବା କାଥା ଲୁଟ କରିଥାନ୍ତି । ଏହିଭଳି ଘଟଣା ଘଟିଛି ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟାପଦା ପଂଚାୟତର ହଁସଭୂମି ଗ୍ରାମର ପବିତ୍ର ମାଝୀଙ୍କ ପୁଅ ମାନସ ମାଝୀଙ୍କ ସହିତ ଘଟିଛି । ଘଟଣାରୁ ପ୍ରକାଶ ଗତ ୩ରୁ ୪ ମାସ ହେବ ମାନସ ମାଝୀ ଗଞ୍ଜାମ ଜିଲ୍ଲା ଆସ୍କା ଅଂଚଳର ଅର୍ଜୁନ ଗୌଡ଼ ପୁଅ ଲିପୁ ଗୌଡ଼ଙ୍କ ସହ ସାମାଜିକ ଗଣମାଧ୍ୟମରେ ବନ୍ଧୁ ହୋଥିଲେ । ପରେ କଣ କାମ କରିବା କଥା ହୋଇଥିଲେ ମାନସ କହିଥିଲେ ମୁଁ ଜେସିବି ଚାଳକ ଅଛି ଗୌଡ଼ କହିଲେ ମୁଁ ଏକ ବ୍ୟାଙ୍କ ରେ ଅଛି ପ୍ରକାଶ କରିଥିବା ଗଲେ ପରେ ଗୌଡ଼ଙ୍କୁ ଘରକୁ ଡାକିଥିଲେ ଗୌଡ଼ ଆସି ମାନସ ଘରେ ରହିବା ସହ, ଘରେ ଥିବା ଗାଡି ମୋବାଇଲ ଲୁଟ କରି ଫେରାର ହୋଇଯାଇଥିଲେ । ପରେ ପବିତ୍ର ମାଝୀ ଆସି ଆଠଗଡ ଥାନାରେ ଆଭିଯୋଗ କାରିଥିଲେ । ଆଭିଯୋଗକୁ ଆଧାର କରି ଆଠଗଡ ଥାନା ଅଧିକାରୀ ସୃଭ୍ରାଂଶୁ ଶେଖର ପରିଡା ମୋବାଇ ଟ୍ରକ କରି ଗଞ୍ଜାମ ଜିଲ୍ଲାର ଆସ୍କାର କୁଟୀବାଡ଼ି ଅଂଚଳର ଗାଡି ଚୋରି ଅଭିଯୋଗରେ ଆଠଗଡ ପୋଲିସ ଚୋରି ହୋଇଥିବା ଗାଡି ସହିତ ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳ ରେ ରହୁଥିବା ଅର୍ଜୁନ ଗୌଡ଼ଙ୍କ ପୁଅ ଲିପୁ ଗୌଡ଼ (୨୪) ସାମାଜିକ ଗଣମାଧ୍ୟମରେ ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତର ହଂସଭୂଇଁ ଗ୍ରାମର ମାନସ ଓଝାଙ୍କ ସହିତ ବନ୍ଧୁତା କରି ତାଙ୍କ ପଲସର ମୋଟରସାଇକେଲ ନଂ ଓଡି-୦୫- ଏଭି-୧୬୭୬କୁ ଚୋରି କରି ନେଇଥିବା ଆଠଗଡ଼ ଥାନା ରେ ଅଭିଯୋଗ ହୋଇଥିଲା । ଆଠଗଡ଼ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଗତକାଲି ବିଳମ୍ବିତ ରାତିରେ ଲିପୁ କୁ ଗାଡି ସହିତ ଗିରଫ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଆଠଗଡ ଥାନା କେଶ ନମ୍ବର ୧୫୦/୨୦୨୧ରୁଜୁ ହୋଇଛି ।