ଆଠଗଡରେ ଗୋଟିଏ ଦିନରେ ୮ ପିଜିଟିଭ ଚି଼ହ୍ନଟ

ଆଠଗଡ, (ଏସ୍‌ ନ୍ୟୁଜ): ସାରା ରାଜ୍ୟରେ କୋରନା ସଂକ୍ରମଣ ମନ୍ଥର ଗତିରେ ଚାଲିଥିବା ବେଳେ ଆଠଗଡରେ ଗୋଟିଏ ଦିନରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ୩୮ କୋଭିଡ ପରୀକ୍ଷା ବେଳେ ୭ କୋଭିଡ ଚି଼ହ୍ନଟ ହୋଇଥିବା ବେଳେ ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ କୋଭିଡ ପରୀକ୍ଷାରୁ ୧ ଚି଼ହ୍ନଟ ହୋଇଥିବା ବେଳେ ସାରା ଆଠଗଡ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥୁବା ଦେଖିବାକୁ ମିଳୁଛି, ସାମାଜିକ ଦୂରତା, ମାକ୍ସ ସଠିକ ଢଙ୍ଗରେ ପିନ୍ଧିବା ଦେଖିବାକୁ ମିଳୁନାହିଁ, ନା ହେଉଛି ସାନିଟାଇଜର, ନା ଅଛି ବିଭାହ, ବ୍ରତଘର, ଶୁଦ୍ଧିକ୍ରିୟା କିମ୍ବା ରାଜନୈତିକ ସଭାସମିତିରେ କଟକଣା ନା କୋଭିଡ ନିୟମ ପାଳନ ଏପଟେ ନୂତନ ନିୟମ ଅନୁସାରେ ସକାଳ ୬ ଟାରୁ ରାତି ୮ ପର୍ଯ୍ୟନ୍ତ ଦୋକାନ ବଜାର ଶହ ବ୍ୟବସାୟିକ ଅନୁଷ୍ଟାନ ଖୋଲି ବନ୍ଦ କରିବାର ସରକାର କୋଭିଡ ନିୟମ ଥିବା ବେଳେ ଆଠଗଡ ତାହା ପାଳନ ନ କରିବା ଶହ ନା ଏନଏସି ନିର୍ବାହୀ ଅଧିକାରୀଙ୍କ ତରଫରୁ ନୂତନ ନିୟମ ବିଷୟରେ ଡାକ ବାଜୀ ଯନ୍ତ ଦ୍ୱାରା ଅଜି ପର୍ଯ୍ୟନ୍ତ ସୂଚନା ଦିଆଗଲା ନାହିଁ କିମ୍ବା ଅମାନିଆଙ୍କୁ ତାଗିଦ କରିବା ଦେଖିବାକୁ ମିଳିଲା ନାହିଁ, ପୋଲିସ ପ୍ରଶାସନିକ ତରଫରୁ ମଧ୍ୟ୍ୟ କୌଣସି ତାଗିଦ କରାଯାଉ ନ ଥିବାରୁ, କୋଭିଡ ନିୟମୁ ଫୁ କରି ଚାଲିଛନ୍ତି ସହର ବସି ତଥା ଆସୁଥିବା ସାଧାରଣ ଜନତା, ବର୍ତମାନ ସମୟରେ କୋମଳ ମତି ଶିଶୁ ମାନଂକୁ ଅଧିକ ସଂକ୍ରମଣ ହୋଇ ଆକ୍ରାନ୍ତ ହେଉଥିବା ଶହ ସଂକ୍ରମଣ ହାର ଆମ ରାଜ୍ୟ ତୁଳନାରେ ବଢ଼ି ଚାଲିବା ଶହ ଆତଙ୍କିତ ହେଉଥିବା ବେଳେ, ଆମ ଅଂଚଳର ପିତା ମାତା ମାନେ ନିଜକୁ ନିଜେ ସଚେତନ ହେବା ଶହ ନିଜ ପରିବାର ଉତ୍ତରାଧିକାରୀ ତଥା ନିଜ ପରିବାର ପଡୋଶୀ ଓ ଅଞ୍ଚଳ ବାସୀ ରାଜ୍ୟ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜେ କୋଭିଡ ନିୟମକୁ କଡା କଡି ପାଳନ କରିବା ଜରୁରୀ, ନଚେତ ନିଜେ ନିଜର ଭବିଷ୍ୟତ ଶହ ପରିବାର, ପଡୋଶୀ ଶହ ଅଞ୍ଚଳ ବାସୀଙ୍କ ବାସୀଙ୍କୁ କୋଭିଡ ସଂକ୍ରମଣରୁ ରକ୍ଷା କରିପାରିବେ ନାହିଁ ପରେ ଆଉ ସଚେତନ ହେଲେ କୀ କରାଇଲେ କିଛିବି ସୁଫଳ ମିଳିବ ନାହିଁ, କାରଣ ବର୍ତମାନ କୋଭିଡ ତୃତୀୟ ଲହରୀ ଆରମ୍ଭ ହୋଇସାରିଲାଣି ୧୮ ବର୍ଷରୁ ଉର୍ଦ୍ଧ ମାନଙ୍କ ପାଇଁ ଟିକକରଣ କରାଯାଉଥିବା ବେଳେ ୧୮ବର୍ଷରୁ କମ ପିଲାମାନଙ୍କ ପାଇଁ କୋଭିଡ ଟୀକା ବାହାରି ନ ଥିବାରୁ ପିଲାମାନଙ୍କୁ କୋଭିଡ ସଂକ୍ରମଣରୁ ସୁସ୍ଥ କରିବା ସମ୍ଭବ ନୁହେଁ କେବଳ ଭଗବାନ ଭରସା,ପିଲାମାନଙ୍କ ପାଇଁ କୋଭିଡ ଟୀକା ପରୀକ୍ଷା ଚାଲିଛି, ବର୍ତମାନ ବିପଦରେ କୋମଳ ମତି ଶିଶୁମାନଙ୍କ ଜୀବନ, ନିଜ ଭବିଷ୍ୟତର ଉତ୍ତରାଧିକାରୀ ଜୀବନର ସୁରକ୍ଷା ପାଇଁ ପରିବାର ନିଜେ ସଚେତନତା ହେବା ଶହ ଅନ୍ୟକୁ ସଚେତନ କରିବା ଶହ କୋଭିଡ ନିୟମ ପାଳନ କଲେ ସମସ୍ତେ ସୁରକ୍ଷିତ ରହିବା