ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାରଣାନ୍ତକ ଆକ୍ରମଣ

ଆଠଗଡ, (ଏସ୍‌ ନ୍ୟୁଜ): ଆଠଗଡ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତର ଧୁଡୁକୁଡ଼ିଆ ଗ୍ରାମରେ ଦୀର୍ଘ ସମୟ ଉତେଜନା ଲାଗି ରହୁଥିବା ବେଳେ ପୁଣି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ପ୍ରଭାକର ଦାସଙ୍କ ପୁଅମାନେ ମିଳିତ ହୋଇ କୋଠ ଘର ନିକଟରେ ଲୁହା ରଡ଼ ଭୁଜାଲି, ଖଣ୍ଡା ଭଳି ମରଣାସ୍ତ୍ର ରେ ନିର୍ମଳ କୁମାର ପାତ୍ରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇ ଦେଇଥିଲା । ପତ୍ନୀ ଖବର ପାଇଁ ଉଦ୍ଧାର କରିବା ପାଇଁ ଆସୁଥିବା ବେଳେ ଆକ୍ରମଣ କାରୀମାନେ ତାଙ୍କ ବେକରେ ଥିବା ସୁନା ଚେନ ଓ ନିର୍ମଳଙ୍କ ମୋବାଇଲ ନେଇ ଯାଇଥିବା ପତ୍ନୀ ଆଏଶା ପାତ୍ରୀ ଆଠଗଡ ଥାନାରେ ଆଭିଯୋଗ କରିଛନ୍ତି । କିନ୍ତୁ ଅପର ପକ୍ଷରୁ ମଧ୍ୟ ନିର୍ମଳ ପାତ୍ରୀ ପ୍ରଭାକର ଦାସଙ୍କୁ ମାରଧର କରି ଆହତ କରିଥିବା ଆଭିଯୋଗ କରିଛନ୍ତି । ପ୍ରଭାକର ଦାସ ଉଭୟ ଅଭିଯୋଗକୁ ରଖି ଥାନା ଅଧିକାରୀ ସୃଭ୍ରାଂଶୁ ଶେଖର ପରିଡା ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରେ ପହଁଚିଛନ୍ତି । ନିର୍ମଳଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ପ୍ରଥମେ ପ୍ରଭାକର ଦାସ ଥାନାରେ ଆଭିଯୋଗ କରିଥିବା ବେଳେ ପରେ ନିର୍ମଳଙ୍କ ପତ୍ନୀ ଆଏଶା ଆଭିଯୋଗ କରିବା ସହ ଉଭୟ ଆଭିଯୋଗକୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ।