ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି ନେଇ ବିକ୍ଷୋଭ

ଆଠଗଡ, (ଏସ୍‌ ନ୍ୟୁଜ): ଫି ବୃଦ୍ଧି ନେଇ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନିର ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଆର୍ଥିକ ପରିସ୍ଥିତି ରେ ଅବନ୍ନତି ଘଟିବା ସହ ପୂର୍ବ ନାମ ଲେଖାର ଟଙ୍କା ଠାରୁ ଅଧିକ ହୋଇଥିବା ନେଇ ଅଭିଯୋଗ କରିବା ସହ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍‌ଷୋଭ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁ ଙ୍କ ହସ୍ତକ୍ଷେପ ପରେ ପ୍ରତ୍ୟାହୃତ ହୋଇଥିଲା । ଆସନ୍ତା ୬ ତାରିଖ ମଧ୍ୟରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମାଧାନ ନ କଲେ ଛାତ୍ରଛାତ୍ରୀ ମାନେ ଅନଶନ କରିବେ ବୋଲି ଲିଖିତ ଭାବେ ଅଧ୍ୟକ୍ଷ ଲୋକନାଥ ସାହୁ ଓ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କୁ ଜଣାଇଛନ୍ତି ।