ସାମ୍ବାଦିକଙ୍କ ଉପରେ ବର୍ବରଚିତ ଆକ୍ରମଣ

ଉଦଳା ୟୁନିକ ପ୍ରେସ୍ କ୍ଲବର, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ଉଦଳା: ବଲାଙ୍ଗୀର ଜିଲ୍ଲା ପୁଇଁତଳା କୁଲଥିପାଲି ଗାଁ ରେ କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ ଏକ ଦୁର୍ନୀତି ସଂକ୍ରାନ୍ତୀୟ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତି(ଠିକାଦାର) ମିଳିତ ଭାବେ କଙ୍ଗାରୁ କୋର୍ଟରେ ତାଙ୍କୁ ଆକ୍ରମଣ କରିବା ସହିତ ମାଡ ମାରିଥିଲେ । ଉକ୍ତ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା । ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଉଦଳା ୟୁନିକ୍ ପ୍ରେସ୍ କ୍ଲବର କାର୍ଯ୍ୟରତ ସାମ୍ବାଦିକ ।

ସାମ୍ବାଦିକଙ୍କ ଉପରେ ବର୍ବରଚିତ ଆକ୍ରମଣ

ଉଦଳା ୟୁନିକ ପ୍ରେସ୍ କ୍ଲବର, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମଙ୍ଗଳବାର ସକାଳ ୯ ଟା ସମୟରେ  ଉଦଳା ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ଭେଟିଥିଲେ ଉଦଳା ୟୁନିକ ପ୍ରେସ୍  କ୍ଲବ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।

ସୂଚନା ଯୋଗ୍ୟ, ପୁଇଁତଳାରେ ସାମ୍ବାଦିକଙ୍କ ଉପରେ ହୋଇଥିବା ବର୍ବରଚିତ ଆକ୍ରମଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ ଏବେ ବି ଫେରାର ରହିଛି । ତୁରନ୍ତ ମାଷ୍ଟରମାଇଣ୍ଡକୁ ଗିରଫ କରିବା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛି ୟୁନିକ ପ୍ରେସ୍ କ୍ଲବ । ଏହା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନକୁ ପ୍ରଣୟନ କରିବାକୁ ଦାବି କରିଛି ସଂଘ ।

ଉଦଳା ୟୁନିକ୍ ପ୍ରେସ୍ କ୍ଲବ ସହିତ କପ୍ତିପଦା ସାମ୍ବାଦିକ ସଂଘ, ଗୋପବନ୍ଧୁନଗର ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ୟୁନିକ ପ୍ରେସ୍ କ୍ଲବର ସଭାପତି ଦିନବନ୍ଧୁ ବାରିକ, ସନ୍ତୋଷ କୁମାର ବାଚ୍ଛିନୀ, ଶଶିକାନ୍ତ ମିଶ୍ର, ମାନସ ପାଣି, କୃଷ୍ଣଚୈତନ୍ୟ ସଦୁଆଳ, ଅଭିଜିତ୍ ବେହେରା କପ୍ତିପଦା ସାମ୍ବାଦିକ ସଂଘର ସୁଶାନ୍ତ କୁମାର ମହାନ୍ତି, ଜ୍ଞାନେନ୍ଦ୍ର ବିଶ୍ୱାଳ,ଅଭଜିତ୍ ବିଶ୍ୱାଳ, ଗୋପବନ୍ଧୁନଗର ପ୍ରେସ୍ କ୍ଲବର ଯୋଗେଶ୍ୱର ସାହୁ, ହିରେନ ରାଏଙ୍କ ସମେତ ସାମ୍ବାଦିକ ଦୀପକ କୁମାର ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ଯଶୋବନ୍ତ ପରିଡା, ଶ୍ୱେତସୁନ୍ଦର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।