ବଲାଙ୍ଗୀର: ସ୍ଥାନୀୟ ପୌରାଂଚଳ ଯାଦବ ମହାସଭା ପକ୍ଷରୁ ୩୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ ଭବନଠାରୁ ସ୍ୱତନ୍ତ୍ର ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମୂର୍ତି ଧରି ସହର ପରିକ୍ରମା କରିଥିଲା। ଏହି ସ୍ୱତନ୍ତ୍ର ବିମାନକୁ କେବଳ ମହିଳାମାନେ ଧରିଥିଲେ। ଉତ୍ସବ ପରିପ୍ରେକ୍ଷୀରେ ସହରର ମା’ ସମଲେଇ, ମା ପାଟନେଶ୍ୱରି, ଦୁର୍ଗା ମନ୍ଦିର ଯାଇଥିବା ବେଳେ ଶୋଭାଯାତ୍ରାରେ ସହରର ଶହଶହ ଲୋକ ସାମିଲ ହୋଇଥିଲେ। ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥିଲେ। ପ୍ରସିଦ୍ଧ ଗଉର ବାଡି ଖେଳ ଆୟୋଜିତ ହୋଇଥିଲା। ଏହାକୁ ସହରବାସୀ ଉପଭୋଗ କରିଥିଲେ।