ବାଲେଶ୍ୱର(ଏସ୍ ନ୍ୟୁଜ): ବାଲେଶ୍ୱର ସଦର ପାଇଁ ନୋଟାରେ ପଡିଛି ୧୦୯ ଭୋଟ । ବାଲେଶ୍ୱରରେ ବ୍ୟାଟେଲରେ ଆସୁଥିବା ଟ୍ରେଣ୍ଡିଂରୁ ଯାହା ସ୍ପଷ୍ଟ ହେଉଛି କି ଲୋକେ ଦଳୀୟ ପ୍ରାର୍ଥୀଙ୍କୁ ପସନ୍ଦ କରି ଭୋଟ ଦେଇଥିବା ବେଳେ ଅନେକଙ୍କର କୌଣସି ପ୍ରାର୍ଥୀ ପସନ୍ଦ ନୁହଁନ୍ତି । ଅର୍ଥାତ ସଦର ଆସନ ପାଇଁ ଛିଡା ହୋଇଥିବା ପ୍ରାର୍ଥୀ ମଧ୍ୟରୁ କେହି ଅନେକ ଲୋକଙ୍କ ପସନ୍ଦ ଆସୁ ନାହାନ୍ତି । ତେଣୁ ଅନେକ ଲୋକ ନୋଟା ବା ଏମାନଙ୍କ ମଧ୍ୟରୁ କେହି ନୁହେଁ ବଟନରେ ଭୋଟ ଦେଇଛନ୍ତି ।
ତେବେ ୫ମ ରାଉଣ୍ଡ ଶେଷ ସୁଦ୍ଧା ନୋଟାରେ ୧୦୯ ଖଣ୍ଡ ଭୋଟ ପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଅପଡେଟରେ ଯାହା ସୂଚନା ରହିଛି ୬ଷ୍ଠ ରାଉଣ୍ଡରେ ବିଜେଡି ଠାରୁ ବିଜେପି ଆଗଉଛି । ବିଜେପି ୩୭୧୬, ବିଜେଡି ୩୦୨୨ ଏବଂ କଂଗ୍ରେସ ୧୯୯ରେ ରହିଛି ।