ନୂଆପଡା : ୫ ଜଣ ଶିଶୁ କ୍ଷତିଗ୍ରସ୍ତ ହୋଇଛନ୍ତି ଏକ ଅଜଣା ବେଲୁନ ଦ୍ୱାରା ।
ପାଖଣ୍ତପଡ଼ା ଗାଁରେ ଖେଳୁଥିବା ସମୟରେ ୫ ଜଣ ଛୁଆ ଧାଇଁ ଥିଲେ ଆକାଶରେ ଉଡୁଥିବା ଗୋଟେ ଅଜଣା ବେଲୁନ ପଛରେ ।
ସେହି ବେଲୁନରେ ଖେଳିଥିଲେ ଓ ପରେ ତାକୁ ପଥର ବାଜିବା ମାତ୍ରେ ସେ ଫାଟି ଯାଇ ଛୁଆ ମାନଙ୍କୁ ଆହତ କରିଥିଲା । ସେମାନଙ୍କ ହାତରେ, ଗୋଡ଼ରେ, ଓ କାହାର ମୁହଁରେ ପୋଡାଜଳା ଆରମ୍ଭ ହୋଇଥିଲା । ଏହା ଦେଖି ତାଙ୍କ ଘର ଲୋକ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଅ ଯାଇଥିଲା । ପୋଲିସ ସେ ବେଲୁନ ଉପରେ ତଦନ୍ତ କରୁଛି ।