ହରିଶଙ୍କରକୁ ଗଡ଼ିଲା ‘ବଣଭୋଜି’

ବଲାଙ୍ଗିର(ଏସ୍ ନ୍ୟୁଜ): ସୋମବାରଠାରୁ ବଲାଙ୍ଗିରରୁ ହରିଶଙ୍କର ଶୈବପୀଠକୁ ଗଡ଼ିଲା ବଣଭୋଜି‌ ବସ୍‌ । ଟୁରିଷ୍ଟ ବସ୍‌ ସେବା ମାଧ୍ୟମରେ କରୋନା ପାଇଁ ଏବେ ସପ୍ତାହକୁ ଥରେ ଚଳାଚଳ କରିବ ବସ୍ ‘ବଣଭୋଜି’ । ଏହି ବୁଶ ମାଧ୍ୟମରେ ବଲାଙ୍ଗିର ସହରର ତଥା ଆଖପାଖ ଅଞ୍ଚଳର ପର୍ଯ୍ୟଟକ ମାନେ ଅତି ସହଜରେ ହରିଶଙ୍କରକୁ ଯାଇପାରିବେ ।

ଏନେଇ ସୋମବାର ବଲାଙ୍ଗିର ଟିଟିଲାଗଡ଼ ରାସ୍ତାରେ ଥିବା ଏସ୍‌ଆଇଏଚ୍‌ଏମ୍ କ୍ୟାମ୍ପସରେ ମିନିବସ ସେବା ଚଳାଚଳର ଶୁଭାରମ୍ଭ ହୋଇଛି ।OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସମେତ ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏକ କୋଟି ଟଙ୍କା ଅନୁଦାନରେ ଏହି ସେବା ଆରମ୍ଭ ହୋଇଛି ।