ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ନନ୍ଦରାଜାଙ୍କ ପରଲୋକ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ୨୦ ବର୍ଷ ଧରି ସେ ବରଗଡ ଧନୁଯାତ୍ରାରେ ନନ୍ଦରାଜା ଚରିତ୍ରରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟକୁ ଲୋକେ ପସନ୍ଦ କରୁଥିଲେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସେ ହୃଦଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଘରୋଇ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଗଲା। ନନ୍ଦରାଜାଙ୍କ ପ୍ରକୃତ ନାମ ସତ୍ୟ ନାରାୟଣ ପୋଡ଼। ଶିକ୍ଷକତା ତାଙ୍କର ପେସା ଥିଲା, ମାତ୍ର ଅଭିନୟ ତାଙ୍କର ନିଶା ଥିଲା। ଅମ୍ବାପାଲି ଗାଁର ଆଦର୍ଶ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ଅବସର ଗ୍ରହଣ କରିଥିଲେ। ତାଙ୍କର ଦେହାନ୍ତ ଖବରକୁ ଲୋକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତାଙ୍କ ମୃତ୍ୟୁରେ ବରଗଡ଼ କାନ୍ଦୁଛି। ପରଲୋକରେ ଧନୁଯାତ୍ରାର ନନ୍ଦରାଜା