ବସୁନ୍ଧରା ସ୍କିମ କେଳେଙ୍କାରୀ ଘଟଣା, ୬ ଅବସରପ୍ରାପ୍ତ ଅଫିସରଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବସୁନ୍ଧରା ସ୍କିମରେ କେଳେଙ୍କାରୀ ଘଟଣାରେ ଆକ୍ସନ ମୁଡରେ ଭିିଜିଲାନ୍ସ ଟିମ । ସୋମବାର ଦିନ ୬ ଅବସରପ୍ରାପ୍ତ ଅଫିସରଙ୍କ ଘରେ ଭିଜିଲାନ୍ସ ଏକକାଳୀନ ରେଡ କରିଛି । ଭୁବନେଶ୍ୱରର, କଟକ, ଭଦ୍ରକ ଓ ଜଗତସିଂହପୁରରେ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ରେଡରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୧୧ଜଣ ଡିଏସପି ଓ ୬ ଇନ୍ସପେକ୍ଟର ରେଡ କରୁଛନ୍ତି । ଅବସରପ୍ରାପ୍ତ ଓଏସ୍ ଓ ଆରଆଇ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ଘରେ ରେଡ ମାରିଛି ଟିମ । ସେମାନେ ହେଲେ ପୂର୍ବତନ ତିହିଡ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତୀ, ପୂର୍ବତନ ଝିମାଣି ଆର.ଆଇ ସନ୍ତୋଷ କୁମାର ମଲିକ, ପୂର୍ବତନ ପାରାଦ୍ୱୀପ ଆର.ଆଇ ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ ଆର.ଆଇ କୁଜଙ୍ଗ ସୁବାଶ ଚନ୍ଦ୍ର ଦାସ, ପୂର୍ବତନ ଆର.ଆଇ ପାଣ୍ଡୁଆ ଜ୍ୟୋତି ଭୂଷଣ ବାରିକଙ୍କ ।