କୋଭିଡ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସାର୍ବଜନୀନ ଦେୟମୁକ୍ତ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୦୪/୦୬/୨୧ : ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସାର୍ବଜନନୀ ଦେୟମୁକ୍ତ ଟୀକାକରଣ ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଦିନ ୧ କୋଟି ଟୀକାକରଣ କରିବାର ସୁନିଶ୍ଚିତତା ସମ୍ବଦ୍ଧେ ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଚନ୍ତି ସମଗ୍ର ଭାରତବର୍ଷରେ ଟୀକାକରଣ ପ୍ରକ୍ରିୟା ମନ୍ଥର ହୋଇଯାଇଛି । ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟୀକାକରଣ ବନ୍ଦ କରିବା କେନ୍ଦ୍ର ସରକାରଙ୍କ ଅପାରଗତାକୁ ଦର୍ଶାଇଛି । ଲକଡାଉନ ଓ ସଟଡାଉନ ଯୋଗୁଁ ଦେଶର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇଯାଇଛି । ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଅନ୍ୟ ଦେଶ ତୁଳନାରେ ଡିଜିପି ନିମ୍ନଗାମୀ ହେବାରେ ଲାଗିଛି । ଏପରିକି ୭% ତଳକୁ ଖସିଗଲାଣି । ତେଣୁ ସାଧାରଣ ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଦେୟମୁକ୍ତ ଟୀକାକରଣ ବ୍ୟବସ୍ଥା କରାଯାଉ । କେନ୍ଦ୍ର ସରକାର ଯଥାଶୀଘ୍ର ଡିସେମ୍ବର ମାସ ଶେଷ ସୁଦ୍ଧା ଟୀକାକରଣ ପକ୍ରିୟା ଶେଷ କରନ୍ତୁ ଓ ଦେଶର ଜନସାଧାରଣଙ୍କୁ ତୁରନ୍ତ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରନ୍ତୁ ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ଭେଟି ମହାମମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ମନୋଜ ନାୟକ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହୀର ଆଚାର୍ଯ୍ୟ, ସୁବ୍ରତ ସେନାପତି, ସିପ୍ରା ସେନାପତି, ସୌମେନ୍ଦ୍ର ମହାନ୍ତି, ଚିନ୍ମୟ ବଳିଆରସିଂ,ଶୁଭ୍ରଜ୍ୟୋତି ଲେଙ୍କା, ସଞ୍ଜିବ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।