ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟର ୨ଟି ବେଳାଭୂମିରେ ନିର୍ମଣ ହେବ ବିଚ ସେକ । ଏଥିଲାଗି ଆରମ୍ଭ ହୋଇଛି ଜାଗା ଚିହ୍ନଟ ପକ୍ରିୟା । ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି । ଗୋଆ ଭଳି ବେଳାଭୂମିର ମୁକ୍ତ ଆକାଶ ତଳେ ପର୍ଯ୍ୟଟକ ବିଦେଶୀ ପାନୀୟ ମଜା ନେବେ । ବିଦେଶୀ ପର୍ଯ୍ୟଟକ ଓ ରାଜ୍ୟ ବାହର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା ପ୍ରୟାସ । ଗୋପାଳପୁର ଓ ସୋନପୁର ବେଳାଭୂମିରେ ହେବ ବିଚ ସେକ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗୋଆ ଭଳି ଏଠାରେ ମଧ୍ୟ ପର୍ଯ୍ୟଟକ ବେଳାଭୂମିର ମୁକ୍ତ ଆକାଶ ତଳେ ବସି ସମୁଦ୍ର ମାଛ ଖାଇବା ସହ ବିଦେଶୀ ପାନିୟର ମଜା ନେବେ । ଗୋପଳପୁରରେ ୫ଟି କୁଡ଼ିଆ ହେବାକୁ ଥିବା ବେଳେ ସୋନପୁରରେ ହେବ ୨ଟି କୁଡ଼ିଆ ।