ଭଦ୍ରକର ନୂଆ ଏସ୍‌ପି ମନୋଜ ରାଉତ, ଆଇନଶୃଙ୍ଖଳା ଚ୍ୟାଲେଞ୍ଜ ହେବ

ଭଦ୍ରକ : ଗତ ରାତିରେ ଭଦ୍ରକ ଏସ୍‌ପି ମଡକର ସମ୍ବିତ ସମ୍ପତ୍ତଙ୍କର ବଦଳି ହୋଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲାକୁ ଏସ୍‌ପି ଭାବରେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ଏସ୍‌ପି ଭାବରେ ମନୋଜ କୁମାର ରାଉତଙ୍କୁ ଅବସ୍ଥାପିତ କରାଯାଇଛି । ପୂର୍ବରୁ ଶ୍ରୀ ରାଉତ ଭଦ୍ରକ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ଆଇଆଇସି ଭାବରେ ସଫଳତାର ସହ କାର୍ଯ୍ୟ ସମ୍ପାଦନା କରିଥିଲେ। ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ସେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବରେ ପରିଚିତ । ଭଦ୍ରକ ଭଳି ଜିଲ୍ଲାରେ ମନୋଜ ରାଉତଙ୍କ ଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଉଛି। ଅନ୍ୟପକ୍ଷରେ ଜିଲ୍ଲାରେ କୋଇଲା କାରବାର, ଗୋ ଚାଲାଣ ରୋକିବା ସହିତ ଆଇନ ଶୃଙ୍ଖଳା ତାଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ ।