ଗୋ ଚାଲାଣରୁ ରକ୍ତପାତ ମାମଲା ଦୁଇ ମୁଖ୍ୟ ଅଭିଯୁକ୍ତ, ୨ ସହାୟକ ଗିରଫ

ଭଦ୍ରକ : ଗତ ୩୦ ତାରିଖରେ ଗୋ ଚାଲାଣରୁ ସଂଘର୍ଷ ଓ ରକ୍ତପାତ ହୋଇଥିଲା। ସଂଖ୍ୟାଲଘୁ ଲୋକଙ୍କୁ ବୁଝାଇବା ପାଇଁ ମଧ୍ୟସ୍ଥି କରିବାକୁ ଯାଉଥିବା କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୫୦ ରୁ ଅଧୁକ ଭିନ୍ନଗୋଷ୍ଠୀର ଗୋ ମାଫିଆଙ୍କ ସମର୍ଥକ ମରଣାନ୍ତକ ଆକ୍ରମଣ, କରି ଫେରାର ହୋଇ ଯାଇଥିଲେ । ଏବେ ମଧ୍ୟ ଭୁବନେଶ୍ଵର ଠାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏସପି ଭାବେ ମନୋଜ ରାଉତ ଯୋଗ ଦେବା ପରେ ଅଭିଯୁକ୍ତମାନଙ୍କୁ ଧରିବାକୁ ନୂଆ ଟିମ୍ ଗଠନ କରିଥିଲେ । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

ପ୍ରଥମ ଦଫାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସେକ୍ ମୁଜାଫର, ସେକ୍ କାଦିର, ଦ୍ଵିତୀୟ ଦଫାରେ ସେକ୍ ସମ୍‌ସୁଦ୍ଦିନ୍, ମଞ୍ଜୁର ଅଲ୍ଲୀ ଖାଁ, ତୃତୀୟ ଦଫାରେ ସେକ୍ ପରୱାନ, ସେକ୍ କୌଶର ଗିରଫ ହୋଇଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ଗୁଜିଦରଡ଼ାରୁ ଫେରାର ହୋଇଯାଇ ବାହାର ଜିଲ୍ଲା ଓ ବାହାର ରାଜ୍ୟରେ ରହିଥିଲେ । ସୋମବାର ରାତିରେ କଟକ ନିଶ୍ଚିନ୍ତକୋଇଲିର ଏକ ବସ୍ତି ଉପରେ ଚଢ଼ଉ କରି ଏହି ପୁଲିସ ଟିମ ମୁଖ୍ୟଅଭିଯୁକ୍ତ ଗୁଜିଦରଡ଼ାର ସେକ୍ ସଦ୍ଦାମ ହୁସେନ ଓ ବାହାର ରାଜ୍ୟରୁ କଶିମୁଦ୍ଦିନ୍ ଖାନ୍‌ଙ୍କୁ ଗିରଫ କରିଛି । ସେହପରି ଏହି ଅଭିଯୁକ୍ତମାନଙ୍କୁ ଘରେ ରଖି ଖସାଇଦେବାରେ ସହାୟତା କରିଥିବା ନିଶ୍ଚିନ୍ତକୋଇଲି ବସ୍ତିର ସେକ୍ ସଇପୁର ରହମାନ ଏବଂ ସେକ୍ ସୁଜିଲଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।