ସଟଡାଉନରେ ମଦବିକ୍ରି ପଡ଼ିଲା ମହଙ୍ଗା, ସିଲ୍ ହେଲା ହୋଟେଲ

ଭୁବନେଶ୍ୱର(ଏସ୍‌ ନ୍ୟୁଜ): ନାନାଦି କଟକଣା ଭିତରେ କମିଶନରେଟ ପୋଲିସକୁ ଚକମା ଦେଇ ନିଶା ବେପାରୀ ରାଜଧାନୀରେ ନିଶା କାରବାର ଚଲାଇଛନ୍ତି । ଏଭଳି ବେଆଇନ ଧନ୍ଦା ଆପଣେଇଥିବା ଏକ ହୋଟେଲକୁ ସିଲ୍ କରିଛି ବିଏମସି ।

କରୋନା ମହାମାରୀ ପାଇଁ ରାଜଧାନୀରେ ଶନି ଓ ରବିବାର ଦୁଇ ଦିନ ସଟଡାଉନ କଟକଣା ଜାରି ରହିଥିବାବେଳେ ଏହାର ସୁଯୋଗ ନେଇ ବେପାରୀମାନେ ବିୟର ଡେଲିଭରି ଦେବା ନାଁରେ ବ୍ୟବସାୟ କରୁଥିଲେ । ଅଭିଯୋଗ ପାଇବା ପରେ ରବିବାର ଦିନ ବିଏମ୍ସି ଓ ଲିଙ୍ଗରାଜ ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇ ହୋଟେଲ ଉକ୍ରଳଇନ୍ କୁ ସିଲ କରାଯାଇଛି ।

ସ୍ଥାନୀୟ ଗ୍ୟାରେଜ ଛକ ଠାରେ ସକାଳୁ ସକାଳୁ ଅନଲାଇନ୍ ଡେଲିଭରି ଆଳରେ କାଉଣ୍ଟର ଖୋଲାରହି ବିକ୍ରି ହେଉଥିବା ସମୟରେ ଖବରପାଇ ବିଏମସି ଓ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ ।