ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସକୁ ସିଲ କରାଯାଇଛି । ଲଗାତାର ଭାବେ ତହସିଲ୍ ଅଫିସରୁ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବଢିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହାସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ସିଲ୍ ହୋଇଛି। ଏଠାରୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ପଦକ୍ଷେପ ନିଆଯାଇଛି।
ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଅଫିସକୁ ସିଲ୍ କରିଛି ବିଏମସି । ୫ଦିନ ପାଇଁ ଏହି ଦୁଇ ସରକାରୀ ଅଫିସ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ଏହି ଅଫିସ୍ ମଧ୍ୟକୁ ଯାଇପାରିବେ ନାହିଁ। ସବ୍-କଲେକ୍ଟରଙ୍କ ଅଫିସ୍ରୁ ତିନି ଜଣ ଆସିଷ୍ଟାଣ୍ଟ କଲେକ୍ଟର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହସିଲ ଅଫିସ୍ରୁ ୨ ଜଣ ଅତିରିକ୍ତ ତହସିଲଦାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।