ଭୁବନେଶ୍ୱର (ଏସ୍ ନ୍ୟୁଜ): ପଶ୍ଚିମ ଓଡ଼ିଶାର ଐତିହ୍ୟ ବିକାଶ ଲାଗି ଷୋଡଶ ଶତାବ୍ଦୀରେ ନିର୍ମିତ ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଶ୍ବରୀ ମନ୍ଦିର ଅଞ୍ଚଳ ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୀତି ପଦକ୍ଷେପ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ନେଇ ସିଏମଓ ପକ୍ଷରୁ ଘୋଷଣା ହୋଇଛି । ଏହି ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ । ମନ୍ଦିରର ୪ ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ । ଭକ୍ତମାନେ ପାଦରେ ବେଢା ପରିକ୍ରମା ପାଇଁ ୧ କିମି ରାସ୍ତା ହେବ । ଯାତ୍ରୀଙ୍କ ପାଇଁ ପାର୍କିଂ ଜାଗା, ଭେଣ୍ଡିଂ ଜୋନ୍, ଶୌଚାଳୟ ନିର୍ମାଣ ହେବ । ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ ହେବ । ମନ୍ଦିରରୁ ମହାନଦୀ ଯାଏ ୩୦ ମିଟର ଚଉଡା ରାସ୍ତା ନିର୍ମାଣ ହେବ।