ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟ ସ୍ତରରେ ବଡ ସଂସ୍କାର ଆଣିଛନ୍ତି। ଏଣିକି ରାଜ୍ୟରେ ସବୁ ୟୁନିଭର୍ସିଟି ପାଇଁ ଗୋଟିଏ ଆଇନ କାର୍ଯ୍ୟ କରିବ। ଏଥିସହ କୁଳପତିଙ୍କ କାର୍ଯ୍ୟାଳୟ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରେସମିଟ୍ କରି ଜଣାଇଛନ୍ତି।
ସେହିଭଳି ଗୋଟିଏ ବିଶ୍ୱବିଦ୍ୟାଳୟରେ ଏଣିକି ଆଉ ପୁନଃନିଯୁକ୍ତି ପାଇପାରିବେନି କୁଳପତି(ଭିସି)। ୧୯୮୯ ଆକ୍ଟର ପରିବର୍ତ୍ତନ କରି ସବୁ ୟୁନିଭର୍ସିଟି ପାଇଁ ଗୋଟିଏ ଆଇନ ବ୍ୟବସ୍ଥା ହେବ ଓ ସିନେଟ୍ ବ୍ୟବସ୍ଥା ହଟିବ। ଏପରିକି ରେଭେନ୍ସା ୟୁନିଭର୍ସିଟି ଆକ୍ଟ ୨୦୦୫କୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର।
ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବ। କୁଳପତିଙ୍କ ଚୟନ କମିଟିରେ ସରକାରଙ୍କର ଜଣେ ପ୍ରତିନିଧି ରହିବେ। ଏଥିସହ କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି କରାଯିବ । ପରିବର୍ତ୍ତିତ ବ୍ୟବସ୍ଥାରେ ପବ୍ଲିକ ସର୍ଭିସ କମିଶନର ନେବେ ଶିକ୍ଷକ ଚୟନ ଦାୟିତ୍ୱ।