ଭୁବନେଶ୍ୱର (ଏସ ନ୍ୟୁଜ ): ଭୁବନେଶ୍ୱରରେ ଘରେ ଥିବା ଗାଡି ପାଇଁ କଟକରେ କଟାଯାଇଛି ଜରିମାନା । ଗାଡିଟି ଘରୁ ଆଦୌ ବାହାରୁନଥିବା ବେଳେ ଆରଟିଓର ଫାଇନ୍ ମେସେଜ୍ କିନ୍ତୁ ମୋବାଇଲକୁ ଆସିଛି । ଯାହାକୁ ଦେଖି ଗାଡି ମାଲିକଙ୍କ ନିଦ ହଜିଯାଇଛି । ରାଜଧାନୀର ଦୁମଦୁମାର ପୀତବାସ ନାୟକଙ୍କ ଏମିତି ଏକ ଜରିମାନା ଶିକାର ହୋଇଛନ୍ତି ।
ତେବେ ଗତ ୨୭ ତାରିଖ ସକାଳ ୧୦ଟା ୫୬ ମିନିଟରେ ପୀତବାସଙ୍କ ମୋବାଇଲକୁ ଟ୍ରାଫିକରୁ ଆସିଥିଲା ଏହି ମେସେଜ୍ ।ଏହା ପରେ ସେ କଟକ ଆରଟିଓକୁ ଭେଟିବାକୁ ଯାଇ ଘଟଣା ନେଇ ପଚାରି ବୁଝିବା ସମୟରେ ତାଙ୍କୁ ଆରଟିଓ ଠାରୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି । ଏପରକି ଗିରଫ ଧମକ ବି ଦେଇଛନ୍ତି ଆରଟିଓ ଅଫିସର ।
ଅନ୍ୟପଟେ ପୀତବାସଙ୍କ ତାଙ୍କ ଗାଡି ନମ୍ବରକୁ ଅନ୍ୟ କୌଣସି ଚୋରା ଗାଡି ବ୍ୟବହାର କରିଛି ବୋଲି ଅଭିଯୋଗ କରିଥିଲେ ।ଆଉ କହିଥିଲେ ଫଟୋ ଉଠିଥିବା ସେହି ଚୋରା ଗାଡିକୁ ପ୍ରଥମେ ଧରାଯାଉ । ତାଙ୍କର ଗାଡି କମରସିଆଲ୍, ଟ୍ରାଫିକ୍ ରୁଲ୍ ନିୟମ ଉଲଂଘନ କରି ଆରଟିଓ କ୍ୟାମେରାରେ ଆସିଥିବା ଗାଡି କିନ୍ତୁ ପ୍ରାଇଭେଟ୍ ଗାଡି । ତେଣୁ ଏହା ସ୍ପଷ୍ଟଯେ ସହରରେ ବୁଲୁଛି ଅନେକ ଚୋରା ଗାଡି । ଯାହା ପଛରେ କୌଣସି ରାକେଟ୍ ବି କାମ କରୁଥାଇପାରେ । ଏସବୁର ପର୍ଦ୍ଦାଫାଶ ହେବା ଜରୁରୀ ବୋଲି ପୀତବାସ ଦାବି କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେଣୁ ଆପଣବି ହୋଇଯାନ୍ତୁ ସାବଧାନ କାରଣ କିଏ ଜାଣିଛି ଆପଣକଙ୍କ ଗାଡି ନମ୍ବରର ଅନେକ ଚୋରା ଗାଡି ବି ରାସ୍ତାରେ ଚାଲୁଥାଇପାରେ।