ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୪ରୁ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ । ଏହି କାର୍ଯ୍ୟରେ ୨୧ଟି ଟିମ ନିୟୋଜିତ ହେବେ । ଟାଙ୍ଗୀ ଜୋନ୍ରେ ୮ଟି ଟିମ୍, ବାଲୁଗାଁରେ ୫, ସାତପଡ଼ାରେ ୩, ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍ରେ ଅବଶିଷ୍ଟ ଟିମ୍ ନିୟୋଜିତ ରହିବେ । ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ । ଗଣନା କାର୍ଯ୍ୟରେ ଜିପିଏସ ଓ ବାଇନୋକୁଲାର ବ୍ୟବହାର କରାଯିବ । ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛଇ ।