ନବମ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ଆଗୁଆ ବିଜେଡି

ବାଲେଶ୍ୱର(ଏସ୍ ନ୍ୟୁଜ): ନବମ ରାଉଣ୍ଡ ଗଣତି ଶେଷରେ ବି ବାଲେଶ୍ୱରରେ ବିଜେଡି ଆଗରେ ରହିଛି । ଷଷ୍ଠ ଓ ସପ୍ତମ ରାଉଣ୍ଡରେ ବିଜେପି ଆଗୁଆ ରହିବା ପରେ ପୁଣି ପଛରେ ପଡିଯାଇଛି । ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୪୨୮୪ ‌ଟି ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୮୮୦ଟି ଭୋଟ ପାଇଛନ୍ତି ଏବଂ ବିଜେଡି ୪୦୪ଟି ଭୋଟରେ ଆଗୁଆ ରହିଛି। ଅଷ୍ଟମ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ଥିଲା। ବିଜେଡି ୪୨୮୦ଟି ଭୋଟ୍ ପାଇଥିବା ବେଳେ ବିଜେପି ୨୯୨୯ ଭୋଟ ପାଇଥିଲା। ଏଯାବତ୍ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୪୨୧୯ ଭୋଟରେ ବିଜେପି ପ୍ରତିନ୍ଦ୍ବନ୍ଦ୍ବୀ ମାନସ ଦତ୍ତଙ୍କ ଠାରୁ ଆଗରେ ଅଛନ୍ତି।

ସପ୍ତମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୪୮ଟି ଭୋଟରେ ଆଗୁଆ ଥିଲେ । ଏହି ରାଉଣ୍ଡରେ ସେ ୩୨୩୬ ଓ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୧୮୮ ଭୋଟ ପାଇଥିଲେ। ସେହିପରି ସପ୍ତମ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୪ଟି ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୬ଟି ଭୋଟ୍ ପାଇଥିଲେ। ଅପରପକ୍ଷରେ ଷଷ୍ଠ ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୬୯୪ଟି ଭୋଟରେ ଆଗୁଆ ରହି ଥିଲେ। ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୭୧୬ ଓ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୦୨୨ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୯୯ଟି ଭୋଟ ମିଳିଥିଲା। ତବେ ସମୁଦାୟ ଭାବେ ଦେଖିଲେ ଏଯାବତ୍ ବିଜେଡି ୨୪୬୪ ଭୋଟରେ ଆଗରେ ରହିଛି।