ଭୁବନେଶ୍ୱର(ଏସ୍ ନ୍ୟୁଜ) : ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି ।

ଦୀର୍ଘ ୨୦ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ଜଣେ ଓଡ଼ିଆ ସାଂସଦ । ରାଜ୍ୟସଭା ଉପାଧ୍ୟକ୍ଷ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ସସ୍ମିତ। ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବାରୁ ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇଛି ।