Shame to BJD: ବିଜେଡି ମୁଣ୍ଡରେ ଗଞ୍ଜେଇ ବେପାର ଦାଗ ଲଗାଇଛନ୍ତି ଦୁଇଜଣ ରାଜନେତା । କ୍ଷମତା ଚାଲିଯିବା ପରେ ବିଜେଡି ନେତା ଅପରାଧିକ ବାଟରେ ଚାଲିବା ଆରମ୍ଭ କରିଛନ୍ତି ।
ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ବେପାର ନୂଆ ନୁହେଁ, ମାତ୍ର ଗଞ୍ଜେଇ ବେପାରରେ ରାଜନେତାଙ୍କ ସକ୍ରିୟ ଭୂମିକା ଅଧିକାଂଶ ଲୋକଙ୍କୁ ବାଧିଛି ।
ଦଳୀୟ ନେତାଙ୍କ ବେଆଇନ କାରବାର ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି ।
ପୁଲିସ ହାତରେ ଧରା ପଡ଼ିଥିବା ଦୁଇ ରାଜନେତା ହେଉଛନ୍ତି ବିପିନ ପ୍ରଧାନ ଓ ପ୍ରମୋଦ ରଣା । ଅଭିଯୁକ୍ତ ବିପିନ କଂଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ୱାମୀ ହୋଇଥିଲା ବେଳେ ପ୍ରମୋଦ ରେଙ୍ଗାଳି ସରପଂଚଙ୍କ ସ୍ୱାମୀ ।
ଦୁହେଁ ପୂର୍ବତନ ବିଧାୟକ ମହିଧର ରଣାଙ୍କ ଘନିଷ୍ଠ ଚର । ବୌଦ୍ଧ ଜିଲ୍ଲା ଏବେ ଚୋରା ଗଞ୍ଜେଇ ଚାଲାଣ ଆଡ୍ଡା ପାଲଟିଛି ।
ବିଜେଡି ନେତାଙ୍କ ଅପରାଧିକ ମନୋଭାବ ଦଳକୁ ରସାତଳକୁ ନେଇଯିବ ବୋଲି ଲୋକମାନେ କୁହାକୁହି ହେଉଛନ୍ତି ।