କବାଟ କିଳି କାନ୍ଦୁଚି ବିଜେଡି: ଅଜାଗା ଘା’ଦେଖାଇ ପାରୁନି

ଭୁବନେଶ୍ୱର: ଦଳର ବିଧାୟକ ଓ ମନ୍ତ୍ରୀମାନେ ଅନେକ ଜନସଭାରେ ଯୋଗଦାନ କରି ଭିକେ ପାଣ୍ଡିୟାନଙ୍କୁ ଦୈବାତ୍‌ କ୍ରମେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରୁଥିଲେ । ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କ ସେଭଳି ଉଚ୍ଚାରଣ ପ୍ରତି କର୍ଣ୍ଣପାତ କରି ନଥିଲେ ବିଜେଡି ମୁଖିଆ । ମାତ୍ର ତା’ର ପ୍ରତିଫଳନ ଦେଖିବାକୁ ମିଳିଥିଲା ଚଳିତ ନିର୍ବାଚନରେ ।

ରାଜ୍ୟର ପ୍ରତିଟି ଅଂଚଳରେ ନବୀନଙ୍କ ପ୍ରତି ଏବେ ମଧ୍ୟ ଅନୁକଂପା ଓ ପାଣ୍ଡିୟାନଙ୍କ ପ୍ରତି ଘୃଣା ଓ କ୍ରୋଧ ଦେଖିବାକୁ ମିଳିଛି । ନବୀନ ପଟ୍ଟନାୟକ ତାଙ୍କ ନାମରେ ହେଲିକପ୍ଟର ବୁକିଂ କରି ସେଥିରେ ପାଣ୍ଡିୟାନଙ୍କୁ ବୁଲାଇବା ମହଙ୍ଗା ପ୍ରମାଣିତ ହୋଇଛି ।

ଏକ ସର୍ବେକ୍ଷଣ ସଂସ୍ଥା ପ୍ରତି ମୋବାଇଲ୍‌ ଉପଭୋକ୍ତାଙ୍କୁ କଲ୍‌ କରି ପାଣ୍ଡିୟାନଙ୍କ ମୁଖ୍ୟମନ୍ତ୍ରୀ ନିଯୁକ୍ତ ପ୍ରସଙ୍ଗରେ ମତାମତ ଲୋଡୁଥିଲା ଯାହାର ତେରେଚ୍ଛା ପରିଣାମ ବିଜେଡିକୁ ଭୋଗିବାକୁ ପଡ଼ିଲା ।

କିଛି ବୁଦ୍ଧିଜୀବୀ କହିଛନ୍ତି, ନବୀନ ପଟ୍ଟନାୟକ ଜାଣିଶୁଣି କ୍ଷମତାଟିକୁ ବିଜେପି ହାତକୁ ଟେକି ଦେଇଛନ୍ତି । ରାଜ୍ୟରେ ମୋଦୀ ଫ୍ୟାକ୍ଟର କାମ କରିନି ବରଂ ପାଣ୍ଡିୟାନଙ୍କ ପ୍ରତି ହୀନ ଭାବନାର ପ୍ରତିଫଳନ ଦେଖିବାକୁ ମିଳିଛି ।