ପୌରପାଳିକାର ଜନୈକା ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ଜିଲାପାଳଙ୍କୁ ଦାବିପତ୍ର

ଜଳେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପାଳିକାରେ କାର୍ଯ୍ୟକରୁଥିବା ସି.ଓ ସରାରୀ ନିୟମକୁ ଉଲଙ୍ଘନ କରି ବେଆଇନ୍‌ ଭାବେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଗୋଟିଏ ସ୍ୱୟଂସାହାୟିକା ଗୋଷ୍ଠୀରୁ ଜଣେ ସ୍ୱଚ୍ଛସାଥି କିମ୍ବା ଜଣେ ସୁପରଭାଇଜର ରହିବାର ବ୍ୟବସ୍ଥା ଥିବା ବେଳେ ଚଞ୍ଚକତା କରି ଏକ ନିର୍ଦ୍ଦିଷ୍ଟ ସ୍ୱୟଂସାହାୟିକା ଗୋଷ୍ଠୀକୁ ଉଭୟ ସ୍ୱଚ୍ଛସାଥି ଏବଂ ସୁପରଭାଇଜର ଚୟନ କରିଥିବାରୁ ଏହାର ପ୍ରତିବାଦରେ ଭାରତୀୟ ଜନତାପାର୍ଟ ମହିଳାମୋର୍ଚ୍ଚା ପକ୍ଷରୁ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଅରୁଣ ବେଜ, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ରବିନ୍ଦ୍ର ପାତ୍ର ଓ ମମୂଲ୍ୟ ସେନାପତିଙ୍କ ନେତୃତ୍ୱରେ ସୁବାସିନୀ ଜେନା, କାଞ୍ଚନବାଳା ସାହୁ, ମିନା ସେଠୀ, ଜ୍ୟୋସ୍ନା ରାଉଳ, ଗିତାଞ୍ଜଳି ବେହେରା, କାଜଲ ଜେନା, ରେବତୀ ପ୍ରଧାନ, କଳ୍ପନା ପ୍ରଧାନ, ସସ୍ମିତା ଜେନା, ସରସ୍ୱତୀ ନାୟକ, ମନୀଷା ବେହେରା, ସୁମତୀ ଭୂୟାଁ, ହେମ ଜେନା, ବାସନ୍ତୀ ଦେହୁରୀ, ଗୌରିରାଣୀ ଭୂୟାଁ, ନମିତା ପାତ୍ର ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ଜିଲାପାଳଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।