ଷଷ୍ଠ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେପି ଆଗୁଆ

ବାଲେଶ୍ୱର (ଏସ୍ ନ୍ୟୁଜ): ବାଲେଶ୍ୱରରେ ଷଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଛି ।ଏହି ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୭୧୬ ରେ ଆଗୁଆ ରହିଛନ୍ତି ।ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୦୨୨ ଭୋଟ ପାଇଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ମାନସ ଦତ୍ତ ୬୯୪ ଭୋଟରେ ଆଗୁଆ ରହିଛନ୍ତି।

ସୂଚନାଯୋଗ୍ୟ, ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୪୬୭ ଓ ବିଜେପିକୁ ୩୯୩୨ ଭୋଟ୍ ମିଳିଛି।। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ୍ ୩୭୧୬ ବୋଟ ପାଇଛନ୍ତି । ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୭୯ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୯୪ଟି ଭୋଟ ମିଳିଛି। ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୨୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୯୪ଟି ଭୋଟ ଏବଂ କଂଗ୍ରେସକୁ ମିଳିଥିଲା ୩୨୫ଟି ଭୋଟ। ଏହି ରାଉଣ୍ଡରେ ବିଜେଡି ୩୧୬ ଭୋଟ ଆଗରେ ଥିଲା।

ପ୍ରଥମ ରାଉଣ୍ଡରେ ସେ ୬୧୫ ଭୋଟରେ ଆଗୁଆ ଥିବା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଥିଲା। ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୬୬୯ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୦ଟି ଭୋଟ ମିଳିଥିବା ସୂଚନା ରହିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୯୪୦ଟି ଭୋଟ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୭୨ଟି ମିଳିଥିଲା। ତେଣୁ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ସମୁଦାୟ ୧୦୫୪ ଭୋଟରେ ଆଗୁଆ ରହିଥିଲା।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ ।