ଭୁବନେଶ୍ୱର( ଏସ୍ ନ୍ୟୁଜ ): ପଲ୍ଲୀରୁ ଯାଇ ଦିଲ୍ଲୀ ପହଞ୍ଚିଲା ନୟାଗଡ ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲା । ପରୀକୁ ନ୍ୟାୟ ଦେବ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଏନସିପିସିଆର୍ ଅଧ୍ୟକ୍ଷଙ୍କୁ ଭେଟି ପରୀ ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ଦେଇଛନ୍ତି ସମ୍ବିତ ।
ସ୍ମାରକ ପତ୍ର ଦେଇ ସମ୍ୱିତ କହିଛନ୍ତି, ଦୁର୍ବୃତ୍ତମାନେ ୫ ବର୍ଷର ଝିଅକୁ ଅପହରଣ କରି ହତ୍ୟା କରି ତାର ମୃତଦେହକୁ କେମିକାଲ ପକାଇ ନଷ୍ଟ କରିଦେଇଛନ୍ତି । ଏବଂ ପରେ ତା’ର ହାଡକୁ ଆଣି ଘରେ ଫିଙ୍ଗିଛନ୍ତି । ଏହାଠୁ ବଡ ଜଘନ୍ୟକାଣ୍ଡ ଆଉ କ’ଣ ହୋଇପାରେ । ତେଣୁ ପରୀକୁ ଏବଂ ତାର ପରିବାରକୁ ନ୍ୟାୟ ମିଳୁ ।ଏନସିପିସିଆର ଟିମ ଘଟଣାସ୍ଥଳକୁ ଯାଇ ମାମଲାର ତଦନ୍ତ କରୁ ବୋଲି ସମ୍ବିତ ଦାବି କରିଛନ୍ତି ।
ଏହାସହ ପୁରା ମାମଲରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସ୍ମରୁକ୍ତି ରହିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ବାବୁଲି ସାହୁ ଅରୁଣ ସାହୁଙ୍କ ଡାହାଣ ହାତ । ତେଣୁ ପୁରା ମାମଲାରେ ମନ୍ତ୍ରୀଙ୍କ କ’ଣ ହାତ ରହିଛି ସେ ନେଇ ତଦନ୍ତ କରାଯିବା ସହ ସ୍ଥାନୀୟ ଏସପି ଏବଂ ଜିଲ୍ଲାପାଳଙ୍କୁ ସମନ କରାଯାଉ ।ପରୀର ପରିବାରକୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଯାଏଁ ଲେଢ଼ଇ ଜାରି ରହିବ ବୋଲି ପୂର୍ବରୁ ସମ୍ବିତ ପାତ୍ର ଟ୍ୱିଟ କରିଥିଲେ ।