‘ପରୀ’ ହତ୍ୟା ମାମଲାରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ ରାଜ୍ୟ ବିଜେପିର ଏକ ଟିମ୍ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ଘଟଣା ବାବଦରେ ଫେରାଦ ହୋଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଏହି ଟିମ୍ ରାଜ୍ୟପାଳଙ୍କୁ ଭେଟିଥିବା ଜଣାଯାଇଛି । ପରୀର ପରିବାର ଲୋକେ କିପରି ନ୍ୟାୟ ପାଇପାରିବେ ଓ ତଦନ୍ତ କିପରି ଠିକଭାବରେ ଆଗେଇବ ସେନେଇ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଜେପିର ଏକ ଟିମ୍ ମଧ୍ୟ ନୟାଗଡ଼ ଯାଇ ପରୀର ପରିବାରକୁ ଭେଟିଥିଲା ।