ଲାଂଚ ନେଲାବେଳେ ଧରାପଡ଼ିଲେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ହିସାବ ନିରୀକ୍ଷକ
ରଗଡ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟର …..
ବରପାଲି: ବରଗଡ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଂଟାଂଟ୍ ୬,୦୦୦ ଟଙ୍କା ଲାଂଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଭିଯୁକ୍ତ କର୍ମଚାରୀ ହେଲେ ରଜନୀକାନ୍ତ କର। ସୂଚନା ଅନୁସାରେ ବରପାଲିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର କ୍ଲର୍କ-କମ-ଆକାଉଂଟାଂଟ୍ ରଜନୀକାନ୍ତ କର ତାଙ୍କ କାର୍ଯ୍ୟାଳୟର ଉପରିସ୍ଥ ଅଧିକାରୀ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନକୁମାର ଭୋଇଙ୍କ ବକେୟା ଦରମା ଓ ବିଲ୍ ପ୍ରସ୍ତୁତ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ।
ଆକାଉଂଟାଂଟ୍ ୬,୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନ କୁମାର ଭୋଇଙ୍କ କହିବା ଅନୁସାରେ ଆଗରୁ ୪ ହଜାର ଟଙ୍କା ଏକାଉଂଟାଂଟ୍ କର ନେଇଥିବା ବେଳେ ଆଉ ୬ ହଜାର ଟଙ୍କା କର ଦାବି କରିବାରୁ ଶ୍ରୀ ଭୋଇ କ୍ଷୁବ୍ଧ ହୋଇ ଭିଜିଲାନ୍ସ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୁକ୍ତ କରଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ସୂଚନା ମିଳିଛି।