ଜଳେଶ୍ଵର,(ଅଦ୍ୱୈତ ଭାରତ): ଜଳେଶ୍ଵର ବ୍ଲକ କଳମା ପଞ୍ଚାୟତର ନାଗେଶ୍ଵରପୁର ଗ୍ରାମର ଶ୍ରୀ ବାବାମଣି ନାଗେଶ୍ଵର ପୂଜା ଉପଲକ୍ଷେ ମଣି ନାଗେଶ୍ବର ଯୁବ ସମିତି, ଜିଲ୍ଲା ରକ୍ତଦାତା ସଂଘ ଓ ଆମ ଓଡ଼ିଶା ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ରକ୍ତଦାତା ସଂଘ ସଭାପତି ତଥା ସମାଜସେବୀ କମଳ କୁମାର ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।
ସମ୍ମାନୀତ ଅତିଥି ଭାବେ ରକ୍ତଦାତା ସଂଘର ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ସୁରଜ ଭଞ୍ଜ, ଉତ୍ତର ବାଲେଶ୍ୱର ସମ୍ବାଦ ପ୍ରତିନିଧି ସତ୍ୟବ୍ରତ ପ୍ରଧାନ, ଅଙ୍ଗନୱାଡି କର୍ମୀ ଅନିତା ଗିରି ଓ ଆଶାକର୍ମୀ ବ୍ରଜ ବିଳାସିନୀ ଗିରି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଶିବିରରୁ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ନାଗେଶ୍ୱର ଯୁବ ସମିତି ଅଧ୍ୟକ୍ଷ ପ୍ରିୟକାନ୍ତ ଗିରି, ସମ୍ପାଦକ ଦେବବ୍ରତ ବେହେରା, ସଭ୍ୟବରୁଣ କୁମାର ଗିରି, ଅମିତ ଗିରି, ସୁନୀଲ କୁମାର ଗିରି ଶିବିରକୁ ପରିଚାଳନା କରିଥିଲେ।