ପୁରୀ : ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଛି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି । ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା ।
ପରେ ତୁରନ୍ତ ମହାପ୍ରଭୁଙ୍କର ମହାସାନ୍ନ ନୀତି କରାଗଲା । ମହାପ୍ରଭୁଙ୍କ ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଗଲା। ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି। ଅନ୍ୟପଟେ ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡାଦାଣ୍ଡରେ ଭକ୍ତଙ୍କ ଲମ୍ବା ଭିଡ ଲାଗିଛି। ପ୍ରବଳ ଖରାରେ ଡହଳ ବିକଳ ହେଉଛନ୍ତି ଭକ୍ତ।