ପଞ୍ଚାୟତ ଅର୍ଥ ଖର୍ଚ୍ଚ କରିନପାରିବା ଅଭିଯୋଗରେ ସରପଞ୍ଚ ନିଳମ୍ବିତ

ବାଲେଶ୍ୱର (ଏସ୍‌ ନ୍ୟୁଜ): ଜଳେଶ୍ୱର ବ୍ଲକର ବହୁ ଚର୍ଚ୍ଚିତ ମାକିଡିଆ ପଂଚାୟତର ସରପଂଚ ସରକାରୀ ଯୋଜନାଲାଗି ମିଳିଥିବା ପ୍ରାୟ ୮୦୭୪୭୯୪ ଟଙ୍କା ଖର୍ଚ୍ଚ କରିପାରିନଥିବାରୁ ତାଙ୍କୁ ବିଭାଗ ପକ୍ଷରୁ ନିଳମ୍ବନ କରାଯାଇଥିବା ଜଣାଯାଇଛି । ପଂଚାୟତର ୪ର୍ଥ ଏସ୍‌ଏଫସି ଓ ୧୪ତମ ସିଏଫସିର ଅର୍ଥ ଖର୍ଚ୍ଚ କରିପାରିନଥିବାରୁ ପିଇବାପାଣି, ସ୍ୱଚ୍ଛତା, ଆଲୋକିକରଣ, ରାସ୍ତା ନିର୍ମାଣ, କୋଭିଡ-୧୯ର ଟିଏମ୍‌ସି ସେଣ୍ଟରକୁ ଅର୍ଥ ନ ଦେବା, ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ବଣ୍ଟନ ନ ହେବା, ଜିପିଡିପିରେ ଅର୍ଥ ବିନିଯୋଗ ନ ହେବା ଇତ୍ୟାଦି କାରଣରୁ ପଂଚାୟତ ଆଇନ୍‌ ୧୯୬୪ ଧାରା ୧୯ ଅନୁଯାୟୀ ସରପଂଚ ବଳରାମ ବର୍ଷାଳକୁ ବିଭାଗ ପକ୍ଷରୁ ନିଳମ୍ବନ କରାଯାଇଥିବା ଜିଲା ପଂଚାୟତ ଅଫିସ୍‌ ଚିଠି ନଂ ୧୩୫୧ ତା ୧୦-୮-୨୧ରେ ଦର୍ଶାଯାଇଛି ।